BlueGlobe International
My status

Translation Services

Translation Services

Career With BlueGlobe

Banner
Banner
Banner

SAIC

"SAIC is a FORTUNE 500® scientific, engineering, and technology applications company that uses its deep domain knowledge to solve problems of vital importance to the nation and the world, in national security, energy and the environment, critical infrastructure, and health. BlueGlobe International LLC consistently provides language services on a global scale which meet the strict vendor standards required by SAIC."


Fulbright

"BlueGlobe cares .. our expectations were exceeded with accuracy and promptness. A long term relationship will benefit our firm and yours."


Crowell-moring

"Thanks again for extra-ordrinary services."


AAAS

"Friendly staff combined with unusual promptness and services will see our association always requesting BlueGlobe."

Unable to read content of this page?* For Translation - click flag

ଓଡ଼ିୟା ଅନୁବାଦ ସେବା

Oriya

ବ୍ଲୁଗ୍ଲୋବ ଇନ୍ଟରନ୍ୟାଶନାଲ - ସୁଯୋଗ୍ୟ ଓଡ଼ିୟା ଅନୁବାଦକ ପ୍ରସ୍ତାବ କରୁଛି

ଆମର ବୃତ୍ତିଗତ ଓଡ଼ିୟା ଅନୁବାଦକମାନେ ମୂଳ ଭାଷା, ଆକାଙ୍ଖିତ ଭାଷା, ଓ ବିଷୟବସ୍ତୁ ଉପରେ ବିସ୍ତୃତ ଜ୍ଞାନର ସହିତ ଅନୁବାଦ ସେବା ଉପଲବ୍ଧ କରନ୍ତି| ଉଚ୍ଚ ଦକ୍ଷତା ଓ ଅନୁଭବ ସମ୍ପନ୍ନ ଓ ଓଡ଼ିୟା ଅନୁବାଦକ ମାନଙ୍କର ସହିତ ଅନୁବନ୍ଧ କରି, ୱେବସାଇଟ, ଇମେଲ, ପତ୍ର, ପତ୍ରିକା, ବିଧି ସଂକ୍ରାନ୍ତ ଦଲିଲ, ଚିକିତ୍ସାଶାସ୍ତ୍ର ସଂକ୍ରାନ୍ତ ପତ୍ରିକା, ପ୍ରଯୁକ୍ତିଗତ ନିର୍ଦେଶଗ୍ରନ୍ଥ (ମ୍ୟାନୁଆଲ), ବହି, ରନ୍ଧନ ନିର୍ଦ୍ଦେଶାବଳୀ(ରେସିପି), ପ୍ରସ୍ତୁତ ଖାଦ୍ୟ ତାଲିକା (ମେନୁ) ଇତ୍ୟାଦି ଓ..ଉଲ୍କି ମଧ୍ୟ, ର ସହିତ ବ୍ଲୁଗ୍ଲୋବ ଯେ କୌଣସି ପ୍ରକାରର କିମ୍ବା ଆୟତନର ପ୍ରଜେକ୍ଟକୁ ଅନୁବାଦ କରିପାରେ| ପରିଣାମ ସ୍ଵରୁପ, ଆମେ ବିଭିନ୍ନ କ୍ଷେତ୍ରର ବ୍ୟାପକ ବିସ୍ତାରରୁ ପ୍ରଜେକ୍ଟସବୁ ଅନୁବାଦ କରୁଅଛୁ, ଯଥା: ବିଧିସଂକ୍ରାନ୍ତ, ବିତ୍ତସଂକ୍ରାନ୍ତ, ଚିକିତ୍ସାସଂକ୍ରାନ୍ତ, ପ୍ରଯୁକ୍ତିସଂକ୍ରାନ୍ତ, ବିପଣନସଂକ୍ରାନ୍ତ, ଇତ୍ୟାଦି| ଭୁଲ ଅନୁବାଦକୁ ପରିହାର କରିବା ପାଇଁ ଅତ୍ୟଧିକ ଯତ୍ନ ନେବାର ସହିତ, ବ୍ଲୁଗ୍ଲୋବ ଗ୍ରାହକମାନଙ୍କୁ ଆଶ୍ଵସ୍ତ କରେ ଯେ ନିବେଦନ କରିଥିବା ପ୍ରତ୍ୟେକ ଅନୁବାଦ ପ୍ରଜେକ୍ଟ କେବଳମାତ୍ର ଦେଶଜ ଓଡ଼ିୟା ଅନୁବାଦକ ଦ୍ଵାରାହିଁ ଅନୁବାଦ କରାଯିବ| ଗ୍ରାହକଙ୍କ ପ୍ରଜେକ୍ଟ କ୍ଷେତ୍ରରେ ଏହି ପ୍ରଜେକ୍ଟର ଦାୟିତ୍ଵରେ ଥିବା ଅନୁବାଦକର ପ୍ରାମାଣ୍ୟ ଅନୁଭବ ଓ ବିଶେଷ ଜ୍ଞାନ ରହିଥିବା ଆବଶ୍ୟକ| ମୌଳିକ ଜ୍ଞାନ ବ୍ୟତୀତ, ସମ୍ପୂର୍ଣ୍ଣ ଉତ୍କର୍ଷତା ଅର୍ଜନ କରିବା ପାଇଁ ଆବଶ୍ୟକ ହେଉଥିବା ଅନ୍ତର୍ନିହିତ "ଭାଷା କୌଶଳ" କୁ ମଧ୍ୟ ସେମାନେ ବୁଝି ପାରିବେ|

କାହିଁକି ବ୍ଲୁଗ୍ଲୋବ ଇନ୍ଟରନ୍ୟାଶନାଲ?

କାରଣ ଆମ କାମରେ ଆମେ ବିଶେଷ ଗର୍ବ ଅନୁଭବ କରୁ ଓ ଫଳାଫଳ ବିଷୟରେ ଯତ୍ନ ନେଉ! ଅନୁବାଦ ସେବା(ଅନୁବାଦ, ଭାଷାନ୍ତରଣ, କପିରାଇଟ ଲେଖନ, ସ୍ଥାନୀୟକରଣ ଇତ୍ୟାଦି)ର ଆନ୍ତର୍ଜାତିକ ବିପଣନର ଏକ ଅଗୁଆ ରୁପରେ, ଉଭୟ ବ୍ୟକ୍ତି ଓ ବ୍ୟବସାୟ ଗୁଡ଼ିକୁ ସମାନ ରୁପରେ ଆମେ ବିଶ୍ଵ ସ୍ତରର ସେବା ଉପଲବ୍ଧ କରିବାକୁ ସକ୍ଷମ ହେଉଛି| ଆମ ଗ୍ରାହକ ମାନଙ୍କୁ ୧୦୦% ନିର୍ଭୁଲ ଅନୁବାଦ ସମର୍ପଣ କରିବା ନିମନ୍ତେ, ଅନୁବାଦର ପ୍ରତ୍ୟେକ ପର୍ଯାୟରେ ଗୁଣବତ୍ତା ପରୀକ୍ଷାର ଏକ ଶୃଙ୍ଖଳା ନିର୍ଦିଷ୍ଟ ରହିଛି| ଆପଣଙ୍କ ମାନସିକ ଶାନ୍ତି ବ୍ଲୁଗ୍ଲୋବ ପାଇଁ ଅତ୍ୟନ୍ତ ମହତ୍ଵପୂର୍ଣ୍ଣ, ଏବଂ ଅତି ନି:ସନ୍ଦେହରେ, ଆପଣ ପ୍ରତ୍ୟାଶିତ ଓ ଉପଯୁକ୍ତ ଗୁଣବତ୍ତା ପ୍ରାପ୍ତ କରିବେ|

  • ବିଶ୍ୱସ୍ତରୀୟ ୧୦୦ ଟି ମୁଖ୍ୟ ଭାଷା ଗୁଡିକ
  • ସମସ୍ତ ବିଶିଷ୍ଟତାସବୁ
  • ସର୍ବାଧିକ ପ୍ରତିଯୋଗିତାମୁଳକ ଦର
  • ଗୁଣବତ୍ତାମୁଳକ ସେବା
  • ଅତ୍ୟୁଚ୍ଚ ସ୍ତରର ଗ୍ରାହକ ଯତ୍ନ
  • ବିଶ୍ଵର ଦୃତତମ ବୃଦ୍ଧିପ୍ରାପ୍ତ ହେଉଥିବା ଅନୁବାଦ କୋମ୍ପାନୀ
  • ଶତାଧିକ ପ୍ରମାଣିତ ଭାଷା ସେବା ପ୍ରଦାନକାରୀ
  • ଆରମ୍ଭରୁ ସମ୍ପୂର୍ଣ୍ଣକରଣ ପର୍ଯନ୍ତ ସାମୁହିକତାର ସିଦ୍ଧାନ୍ତ
  • ଦିନକୁ ୨୪ ଘଣ୍ଟା, ସପ୍ତାହକୁ ୭ ଦିନ ଉପଲବ୍ଧ

ଆମ ୧୦ ପର୍ଯାୟର ଗୁଣବତ୍ତା ଆଶ୍ଵାସନ କାର୍ଯକ୍ରମ

ନିମ୍ନଲିଖିତ ଧାରାକ୍ରମରେ ଆମର ଗୁଣବତ୍ତା ଆଶ୍ଵାଶନ କାର୍ଯକ୍ରମ ସମସ୍ତ ଓଡ଼ିୟା ଅନୁବାଦ ପ୍ରକଳ୍ପ ପାଇଁ ଉତ୍କୃଷ୍ଟ ଗୁଣବତ୍ତା ସୁନିଶ୍ଚିତ କରୁଛି:

  • ପ୍ରତ୍ୟେକ ଓଡ଼ିୟା ଅନୁବାଦ ପ୍ରଜେକ୍ଟକୁ ଜଣେ ସୁଯୋଗ୍ୟ ପ୍ରଜେକ୍ଟ ମ୍ୟାନେଜରଙ୍କ ଦ୍ଵାରା ବିଶ୍ଳେଷଣ କରାଯିବ
  • ପ୍ରଜେକ୍ଟ ମ୍ୟାନେଜରଙ୍କ ଦ୍ଵାରା ଏକ ବିସ୍ତାରିତ ଅନୁବାଦ ପରିକଳ୍ପନା ରଚନା କରାଯିବ
  • ଏକ ପେଶାଦାର ଅନୁବାଦକଙ୍କୁ ଏହି ଅନୁବାଦ ପ୍ରଜେକ୍ଟର ଦାୟିତ୍ଵ ଅର୍ପଣ କରାଯିବ
  • ପ୍ରଜେକ୍ଟ ପାଇଁ ବିଶେଷ ରୁପରେ ଏକ ପାରିଭାଷିକ ଶବ୍ଦାବଳୀର ତଥ୍ୟସଂଗ୍ରହକୁ ରଚନା କରାଯିବ
  • ଏହି ପ୍ରଜେକ୍ଟ ପାଇଁ ଏକ କ୍ୟାଟ(ସିଏଟ)-ଟୁଲ କୁ ପ୍ରୋଗ୍ରାମ କରାଯିବ
  • ପ୍ରଜେକ୍ଟଟି ଓଡ଼ିୟାରେ ଅନୁବାଦ କରାଯିବ
  • ଗୁଣବତ୍ତା ନିୟନ୍ତ୍ରଣ ପରୀକ୍ଷାଗୁଡ଼ିକ ସବୁବେଳେ ନିର୍ଦିଷ୍ଟ ରହିଛି
  • ଅନୁବାଦକୁ ଆକାଙ୍ଖିତ ପ୍ରାରୁପରେ ରଖାଯିବ (ଡିଟିପି)
  • ସମ୍ପୂର୍ଣ୍ଣ ଅନୁବାଦକୁ ଏକ ଦେଶୀୟ ଭାଷାବିଦ (ନେଟିଭ ସ୍ପିକର) ଦ୍ଵାରା ଦ୍ଵିତୀୟ ଥର ପ୍ରୁଫ ପଠନ କରାଯିବ
  • ଅନୁବାଦକ ଓ ପ୍ରଜେକ୍ଟ ମ୍ୟାନେଜର ଦ୍ଵାରା ଅନ୍ତିମ ସମୀକ୍ଷା - ଗ୍ରାହକଙ୍କୁ ସମର୍ପଣ

ଯୋଗ୍ୟ, କୁଶଳ ଓ ପେଶାଦାର ଅନୁବାଦକମାନଙ୍କର ଆମର ବିଶ୍ଵବ୍ୟାପି ତନ୍ତ୍ର, ସଂକ୍ଷିପ୍ତ ସମୟସୀମା ଥିଲେ ମଧ୍ୟ ବୃହତ୍ତମ ପ୍ରଜେକ୍ଟର ତ୍ଵରିତ ପ୍ରତ୍ୟାବର୍ତନ କରିବା ପାଇଁ ବ୍ଲୁଗ୍ଲୋବର ପ୍ରସ୍ତାବ କରିବାର କ୍ଷମତା କୁ ସୁନିଶ୍ଚିତ କରେ| ମୁଳ ଭାଷା ରୁ ଆକାଙ୍ଖିତ ଭାଷାର ପ୍ରୟୋଜନ (ଓଡ଼ିୟା ଠାରୁ ଇଂରାଜୀ (ଆମେରିକାନ), ଇଂରାଜୀ (ଆମେରିକାନ) ଠାରୁ ଓଡ଼ିୟା) କିମ୍ବା ଅନ୍ୟ କୌଣସି ଭାଷା ସଂଯୋଜନ(ହଙ୍ଗେରିଆନ-ଇଉକ୍ରେନିଆନ, ହିବୃ-ଗ୍ରୀକ ଇତ୍ୟାଦି) କୁ ବିବେଚନା ନ କରି ଆପଣଙ୍କ ଅନୁବାଦ ପ୍ରଜେକ୍ଟର ଶୁଦ୍ଧତା ଓ ଗୁଣବତ୍ତାର ପ୍ରତିଶ୍ରୁତି ବ୍ଲୁଗ୍ଲୋବ ଇନ୍ଟରନ୍ୟାଶନାଲ ପାଖରେ ରହିଛି|

ଅନୁବାଦର ଦର - ଓଡ଼ିୟା ଭାଷା

ଅନୁବାଦ ପ୍ରଜେକ୍ଟର ମୁଲ୍ୟକୁ ବହୁସଙ୍ଖ୍ୟକ କାରଣ (ଟେକ୍ସ୍ଟ ବିଶେଷତା, ଆକାଙ୍ଖିତ ସମୟସୀମା, ପ୍ରଜେକ୍ଟ ଶବ୍ଦ ସଙ୍ଖ୍ୟା, ଡକୁମେଣ୍ଟ ପ୍ରାରୁପ, ଇତ୍ୟାଦି) ପ୍ରଭାବିତ କରେ| ଏକ ଯଥାଯଥ ଦର ଜାଣିବା ପାଇଁ ’ରିକୁଏସ୍ଟ ଏ କୋଟ’ ରେ କ୍ଲିକ କରନ୍ତୁ ଓ ଅନଲାଇନ ଫର୍ମକୁ ପୂରଣ କରନ୍ତୁ| ଅତିରିକ୍ତ ପ୍ରଚ୍ଛନ୍ନ ଖର୍ଚ୍ଚ ବିନା ଯଥାଯଥ ଦର ପାଇଁ ଆବଶ୍ୟକ ସୁଚନା ଓ ପ୍ରଲେଖନ ଉପଲବ୍ଧ କରାଇବା ସହିତ ବିଷୟବସ୍ତୁର ଡକୁମେଣ୍ଟ ଫାଇଲଗୁଡ଼ିକୁ ଇମେଲ କରାଯାଇପାରେ|

ବ୍ଲୁଗ୍ଲୋବେ ଇନ୍ଟରନ୍ୟାଶନାଲ ଆମ ଗ୍ରାହକ ମାନଙ୍କ ସେବାରେ ଦିନକୁ ୨୪ ଘଣ୍ଟା, ସପ୍ତାହକୁ ୭ ଦିନ ସବୁବେଳେ ଉପଲବ୍ଧ! ଆପଣଙ୍କ ପ୍ରଜେକ୍ଟ ପାଇଁ ଆପଣଙ୍କୁ ଆମର ସହୃଦୟ କର୍ମଚାରୀ ଯଥାସମ୍ଭବ ସାହାଯ୍ୟ କରିବେ|

ଭାଷାମୁଳକ ଫୋନ ସଞ୍ଚାଳକ:
ଇଂରାଜୀ
+1.541.330.0450 (USA)

ଆମର ଇ-ମେଲ ସହାୟତା (୨୪/୭) ଉପଲବ୍ଧ:
ଇଂରାଜୀ - ରୁଷିଆନ - ସ୍ପାନିଶ - ଚାଇନିଜ - ଫ୍ରେଞ୍ଚ - ଜାପାନିଜ
This e-mail address is being protected from spambots. You need JavaScript enabled to view it

ଗୋପନୀୟତା ଏବଂ ସେବା

ଆମ ଗ୍ରାହକଙ୍କ ଗୋପନୀୟତା ବ୍ଲୁଗ୍ଲୋବ ଇନ୍ଟରନ୍ୟାଶନାଲ ପାଇଁ ଅତ୍ୟନ୍ତ ମହତ୍ଵପୂର୍ଣ୍ନ| ନିଶ୍ଚିତ ରୁହନ୍ତୁ ଯେ ସମସ୍ତ ଡକୁମେଣ୍ଟ, ପ୍ରକେକ୍ଟ, ଇମେଲ, ଚିଠିପତ୍ର, ପ୍ରଲେଖନ, ଇତ୍ୟାଦି ଆମ କଠିଣ ଗୋପନିୟତା ନିର୍ଦ୍ଦେଶିକା ଅନୁସାରେ ରଖାଯିବ| ପ୍ରତ୍ୟେକ ଗ୍ରାହକଙ୍କୁ ଆମ ସେବା ସହିତ ସ୍ଵସ୍ତିପୂର୍ଣ୍ଣ ଏବଂ ଅସ୍ଥାଶୀଳ ବୋଧ କରାଇବା ହେଲା ଆମ ନିରନ୍ତର ଲକ୍ଷ, ଅନୁଗ୍ରହ କରି ଆମ ୱେବସାଇଟ ଦେଖନ୍ତୁ ଓ ଆମ ଗୋପନୀୟତା ନୀତିକୁ ସମୀକ୍ଷା କରନ୍ତୁ| ଆମେ କେଉଁ ପ୍ରକାରର ସୁଚନା ସଂଗ୍ରହ କରୁ, ଏହାକୁ କିପରି ସୁରକ୍ଷିତ ରଖାଯାଏ, ଏବଂ ଏହି ସୁଚନା ବ୍ୟବହାର କରିବା ସମ୍ବନ୍ଧରେ ଗ୍ରାହକଙ୍କ ସମସ୍ତ ରୁଚି ବିଷୟରେ ଏହି ପୃଷ୍ଠା ଗ୍ରାହକମାନଙ୍କୁ ସୁଚିତ କରେ| ଆମର ପୁର୍ଣ୍ଣ ପ୍ରତିବଦ୍ଧତା ଓ ସେବା କୁ ସମ୍ପୁର୍ଣ୍ଣ ରୁପରେ ବୁଝିବା ପାଇଁ ଆମେ ଆଗ୍ରହ କରୁଛୁ ଯେ ଆପଣ ଆମର ଗୋପନୀୟତା ନୀତିକୁ ଡାଉନଲୋଡ କରନ୍ତୁ ନିଶ୍ଚିତ ରୁପରେ, ଆମେ ଆପଣଙ୍କ ସମ୍ଭରଣ ଏବଂ ଅଂଶଗ୍ରହଣକୁ ଯଥୋଚିତ ଗୁଣାବଧାରଣ କରୁ! ଉଚ୍ଚ ସ୍ତରର ସତ୍ୟଶୀଳତା ଏବଂ ସେବାପ୍ରତି ଅନୁପମ ପ୍ରତିବଦ୍ଧତାକୁ ଅକ୍ଷୁଣ୍ନ ରଖିବା ଦ୍ଵାରା ବ୍ଲୁଗ୍ଲୋବ ଇନ୍ଟରନ୍ୟାଶନାଲ ସମ୍ମାନର ସହିତ ଗ୍ରାହକ ମାନଙ୍କୁ ଅର୍ଜନ କରିଛି, ଯେଉଁମାନେ ସେମାନଙ୍କ ପ୍ରଜେକ୍ଟ ଓ ବ୍ୟକ୍ତିଗତ ସୁଚନା ବିଷୟରେ ସ୍ପଷ୍ଟ ରୁପରେ ଆମ ପ୍ରତିଷ୍ଠାନ ଉପରେ ନିର୍ଭର କରନ୍ତି | ପ୍ରତ୍ୟବର୍ତିତ ଗ୍ରାହକ ରୁପରେ, ସେମାନେ ଆମର ଶ୍ରେଷ୍ଠ ପରିସମ୍ପଦ|

ଆପଣଙ୍କ ନାମ ଦ୍ୱାରା ଅନୁଦିତ

Contact Us ଜୀବନ-ବୃତ୍ତି ଅନ୍ଵେଷଣ କରୁଛନ୍ତି?

ଆପଣ କ’ଣ ପ୍ରଭୁତ ସହଜାତ ଗୁଣସମ୍ପନ୍ନ ପେଶାଦାର ଯିଏ ଭାଷାମୁଳକ ସେବାରେ ଦକ୍ଷ? ଯଦି ଏହା ହୁଏ, ଆମେ ଆପଣଙ୍କୁ ଏହି ୱେବସାଇଟରେ ଥିବା ଅନଲାଇନ ଆବେଦନ ଫର୍ମକୁ ପୂରଣ କରିବା ପାଇଁ ଆହ୍ଵାନ କରୁଛୁ| ଏହା ଶୁଳ୍କ-ଶୁନ୍ୟ, ସହଜ ଏବଂ ଆପଣଙ୍କ ୫-୭ ମିନିଟ ସମୟ ନିଏ|

Contact Us ପେଶାଦାରିତ୍ଵର ସହିତ ପ୍ରୁଫ ପଠନ!

ପ୍ରୁଫ-ପାଠକ ରୁପରେ ଅନୁଭବୀ ଏବଂ ଯୋଗ୍ୟତାପ୍ରାପ୍ତ? କୌଣସି ବିଶେଷ କ୍ଷେତ୍ରରେ ଶିକ୍ଷିତ ଏବଂ ପ୍ରଶିକ୍ଷିତ? ଆମର ଦେଶଜ ଅନୁବାଦକମାନଙ୍କର ଗୋଷ୍ଠୀରେ, ଯେଉଁମାନେ ତାଙ୍କ ଆକର୍ଷକ କାମକୁ ଉପଭୋଗ କରନ୍ତି, ଯୋଗଦାନ କରନ୍ତୁ!

Contact Usନିପୁଣତା

ବ୍ଲୁଗ୍ଲୋବ ଇନ୍ଟରନ୍ୟାଶନାଲରେ ଦ୍ଵିତୀୟ ଶ୍ରେଷ୍ଠ ସ୍ଵୀକାର୍ଯ୍ୟ ନୁହେଁ| ଉନ୍ନତ ଗୁଣବତ୍ତା ହେଲା ଆମର ସ୍ଵାଭାବିକ ମାନ| ଆମର ବିସ୍ତୃତ ଶୃଙ୍ଖଳାର ନିପୁଣତା ଯୋଗୁଁ ଆମର ଗ୍ରାହକମାନେ ପ୍ରତ୍ୟାବର୍ତିତ ଗ୍ରାହକ ଅଟନ୍ତି|

Contact Us ଆମ୍ଭମାନଙ୍କୁ ସମ୍ପର୍କ କରନ୍ତୁ

ବିଶ୍ବବ୍ୟାପି ବିଭିନ୍ନ କୋମ୍ପାନୀ ଆମ୍ଭମାନଙ୍କ ଉପରେ ନିର୍ଭର କରନ୍ତି -
….ଏବଂ ଶୀଘ୍ର ଆପଣ ମଧ୍ୟ କରିବେ

Telephone:
+1.541.330.0450
+55.21.2262.1793
+91.172.2561020
Mobile:
+1.541.213.8526
+55.21.2262.1793
+91.981.4535577
Fax (USA-Argentina-India):
+1.541.330.0451
+55.21.2262.1793
+91.172.2561020

www.blueglobetranslations.com

ଅନୁବାଦ ସେବା -
... ୧୦୦ ଟି ଭାଷା ଗୁଡିକରେ

ଆରବିକ ହିବୃ
ଚାଇନିଜ ଇଟାଲିଆନ
ଡଚ ଜାପାନିଜ
ଇଂରାଜୀ ଲାଟିନ
ଫ୍ରେଞ୍ଚପର୍ତୁଗିଜ
ଜର୍ମନରୁଷିଆନ
ଗ୍ରୀକସ୍ପାନିଶ
ସମସ୍ତ ଭାଷାଗୁଡିକ

Professional Translation Services Company

Request a Quote

 

feed-image Feed Entries

Get your FREE QUOTE now or call us directly at 1.541.330.0450 or 541.213.8526 (USA)


Warning: session_write_close() [function.session-write-close]: write failed: Disk quota exceeded (122) in /home/blueglob/public_html/libraries/joomla/session/session.php on line 556

Warning: session_write_close() [function.session-write-close]: Failed to write session data (files). Please verify that the current setting of session.save_path is correct (/tmp) in /home/blueglob/public_html/libraries/joomla/session/session.php on line 556